ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକ। ସୂଚନାଯୋଗ୍ୟ, ସାରଦା ପ୍ରସାଦ ନାୟକ ଏବେ ଦଳର ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ମେ’ ୧୦ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..