ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଗୋଟିଏ ପରେ ଗୋଟିଏ ବିଭାଗରେ ଫେକ ସାର୍ଟିଫିକେଟ ଚେର ଲମ୍ବିବାରେ ଲାଗିଛି । ଆଜି ଚତୁର୍ଥଦିନରେ ମଧ୍ୟ ତନା ଘନା ଚାଲିଛି । ଆଜି ମୁଖ୍ୟ ଡାକରେ ମଧ୍ୟ ରେଡ ଚଳାଇଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଛି । ପୋଷ୍ଟାଲ ଅଧୀକ୍ଷକଙ୍କ ସହ କ୍ରାଇମବ୍ରାଞ୍ଚ ଟିମ ଆଲୋଚନା କରୁଛନ୍ତି । ଏହା ସହିତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ଗତକାଲି ଶିକ୍ଷକ ମାନଙ୍କ ନକଲି ସାର୍ଟିଫିକେଟକୁ ନେଇ ତନାଘନା ଚାଲିଥିବା ବେଳେ ଏବେ ଡାକ ବିଭାଗରେ ମଧ୍ୟ ନକଲି ସାର୍ଟିଫିକେଟ ରାକେଟ ବ୍ୟାପିଛି ବୋଲି ସୂଚନା ମିଳିଛି । ଡାକ , ସମବାୟ ପରେ ଏବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଫେକ ସାର୍ଟିଫିକେଟ ଚେର ଲମ୍ବିଛି।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……