ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ରେ ଏବେ ବର୍ଡଫ୍ଲୁ ବ୍ୟାପିବାରେ ଲାଗିଛି । ବିଶ୍ୱର ପ୍ରଥମ ଏଚ୍୩ଏନ୍୮ ଭୁତାଣୁ ଆକ୍ରାନ୍ତଙ୍କ ମୃତ୍ୟୁ ଚୀନ୍ରେ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଜଣେ ୫୬ ବର୍ଷୀୟ ଚୀନ୍ ମହିଳା ଏଚ୍୩ଏନ୍୮ ଭୁତାଣୁ ବା ବର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ଏହି ଭୁତାଣୁ ଶୀଘ୍ର ବ୍ୟାପେ ନାହିଁ । ମହିଳା ଜଣଙ୍କ ଏଚ୍୩ଏନ୍୮ ଭୁତାଣୁରେ ଆକ୍ରାନ୍ତ ମଧ୍ୟରେ ତୃତୀୟ ବ୍ୟକ୍ତି ଥିଲେ। ଏହି ଭୁତାଣୁ ଦ୍ୱାରା ସମସ୍ତ ଆକ୍ରାନ୍ତ ଚୀନ୍ର । ଗତ ବର୍ଷ ଚୀନ୍ରେ ଏହି ଭୁତାଣୁ ଦ୍ୱାରା ୨ ଜଣ ଆକ୍ରାନ୍ତ ହୋଇଥିଲେ। ଏଚ୍୩ଏନ୍୮ ଭୁତାଣୁ ଆକ୍ରାନ୍ତ ମହିଳାଙ୍କର ଗୁରୁତର ନିମୋନିଆ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ ଆଗରୁ ଅନେକ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..