ରିପୋର୍ଟ କାର୍ଡ / ସମ୍ବଲପୁର
ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଜାରି ହୋଇଛି ୧୪୪ ଧାରା । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।ଇଣ୍ଟରନେଟ୍ ସେବର ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି |ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବା ପାଇଁ ପ୍ରାଶସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୋଲିସ ଉପରେ ଉତ୍ତ୍ୟକ୍ତ ଲୋକମାନେ ପଥର ମାଡ଼ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍, ବାଇକ ଜାଳି ଦେଇଥିଲେ।







More Stories
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..