ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ୍ ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ନବୀନ ୭ତାରିଖରେ ଝାରସୁଗୁଡ଼ାରେ ଦିନକ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି । ତେବେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବାବେଳେ ବ୍ଲକ ଓ ପଂଚାୟତ ଦାୟିତ୍ୱରେ ଥିବା ବିଜେଡି ନେତାମାନେ ପ୍ରଚାର ମଇଦାନକୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଦଳୀୟ କର୍ମୀଙ୍କୁ ଅବଗତ କରୁଥିବା ଜଣାପଡ଼ିଛି ।






More Stories
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..
ଝଡ଼ବର୍ଷା ସମ୍ଭାବନା….