ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହତ୍ୟା ଧମକ ଦେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ନିକଟକୁ ଚିଠି ପଠାଇଥିବା ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗୁରୁବାର ଦିନ ଗିରଫ କରାଯାଇଥିବା କଥା ପୋଲିସ କହିଛି। ଗତବର୍ଷ ‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ ସେ ରାହୁଲ୍ ଗାନ୍ଧୀଙ୍କ ନିକଟକୁ ହତ୍ୟା ଧମକ ଚିଠି ପଠାଇଥିଲେ। ମଧ୍ୟପ୍ରଦେଶର ଇନ୍ଦୋରରେ ଯାତ୍ରା ପ୍ରବେଶ କରିବାକ୍ଷଣି ରାହୁଲ୍ ଗାନ୍ଧୀଙ୍କ ଉପରେ ବୋମା ପଡ଼ିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ଥିଲା। ଇନ୍ଦୋରର ଗୋଟାଏ ମିଠା ଦୋକାନ ବାହାରେ ଉକ୍ତ ଚିଠିଟି ମିଳିଥିଲା। ପତ୍ରର ପ୍ରେରକ ଦୟାସିଂହ ଓରଫ୍ ଐଶିଲାଲ୍ ଝାମ୍ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏଥିରେ କଂଗ୍ରେସ ନେତା କମଲ ନାଥଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।






More Stories
EPF ଉପରେ ବଡ଼ ନିଷ୍ପତ୍ତି;ଦରମା ସୀମା ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି…..
ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ!…..
ହକି ଇଣ୍ଡିଆକୁ କଡ଼ା ଚେତାବନୀ…..