ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରୟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ରାବଣ ବୟାନକୁ ନେଇ ରାଜସ୍ଥାନ ରାଜନୀତି ସରଗରବ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି। କହିଛନ୍ତି‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି। ହେଲେ ତୁମେ ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପରି ବ୍ୟବହାର ଦେଖାଅ । ଗରୀବ ଲୋକଙ୍କୁ ଶୋଷଣ କରି ସେମାନଙ୍କ ଟଙ୍କାରେ ନିଜ ସାମ୍ରାଜ୍ୟ ଛିଡ଼ା କରୁଛ। ଯଦି ତୁମେ ସେମାନଙ୍କ କଷ୍ଟ ଅର୍ଜିତ ଧନ ଫେରାଇ ଦିଅ, ତାହା ହେଲେ ଆମେ ମାନି ଯିବୁ ଯେ ତୁମେ ସତରେ ରାମଚନ୍ଦ୍ରଙ୍କ ଫଲୋଅର ଓ ଆମେ ରାବଣଙ୍କ ଅନୁଗାମୀ ।’ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି। ଗତକାଲି ଗେହଲଟ ତାରାନଗରରେ ଏକ ସଭାରେ ଯୋଗ ଦେଇ ଗଜେନ୍ଦ୍ର ସିଂଙ୍କୁ ଟାର୍ଗେଟ କରି ଦେଇଛନ୍ତି କଡ଼ା ମନ୍ତବ୍ୟ । ଏଥିସହ ସେ କହିଛନ୍ତି, ବିଜେପି କର୍ଣ୍ଣାଟକରେ ଧୂଳି ଚାଟିବ । ସେଥିପାଇଁ ଏବେଠୁ ବିଳିବିଳାଇ ଏପରି ଭାଷଣ ଦେଉଛି। ଶେଖାୱତ ମୋତେ ରାବଣ ବୋଲି ସମ୍ବୋଧନ କଲେ ମୋର କିଛି ଯାଏ ଆସେ ନାହିଁ । ଏହା ଲୋକ ସ୍ଥିର କରିବେ ମୁଁ ରାବଣ ନା ଜନସେବକ । ଏଥିସହ ସେ କହିଛନ୍ତି, ଶେଖାୱତ ଜଣେ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସତ୍ତ୍ୱେ ନିଜର କିଛି ଘନିଷ୍ଠ ଲୋକଙ୍କ ସହ ମିଶି ବହୁ ଲୋକଙ୍କୁ ଲୁଟିଛନ୍ତି। ସେମାନଙ୍କ ଟଙ୍କାରେ ସେ ନିଜର ବିଶାଳ କମ୍ପାନୀ ଛିଡ଼ା କରାଇଛନ୍ତି। ଏପରି ଲୋକ ମୋ’ ପାଖକୁ ଆସି ନିଜ ଗୁହାରି ଜଣାଇଥିବା ବେଳେ ସେମାନଙ୍କ ଆଖିରୁ ଝରି ପଡ଼ୁଥିଲା ଲୁହ । ଏହି ମାମଲାରେ ଶେଖାୱତଙ୍କ ବହୁ ଘନିଷ୍ଠ ଏବେ ଜେଲ୍ ଚାରି କାନ୍ଥରେ ଅଛନ୍ତି। ଏହି ମାମଲାରେ ଶେଖାୱତ ବି ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ତୁରନ୍ତ ଏହି ଗରୀବ ଲୋକଙ୍କ ଟଙ୍କା ଫେରସ୍ତ କରନ୍ତୁ। ଏନେଇ ସ୍ୱର ଉଠାଇବାକୁ ମୋ’ ନାଁରେ ଦିଲ୍ଲୀରେ ମାନହାନୀ କେସ୍ ରୁଜୁ ହୋଇଛି। ଏହାର ସ୍ୱାଗତ କରୁଛି। ଏହାଦ୍ୱାରା ଉକ୍ତ ଗରୀବ ପରିବାର ପ୍ରତି ନ୍ୟାୟପାଳିକଙ୍କ ଧ୍ୟାନ ଯିବ ଓ ସେମାନେ ନିଜ ଟଙ୍କା ଫେରି ପାଇବେ ବୋଲି କହିଛନ୍ତି ଗେହଲଟ । କିଛି ଦିନ ପୂର୍ବେ ଏକ ସଭାରେ ଯୋଗ ଦେଇ ଶେଖାଓୱତ କହିଥିଲେ ଯେ, ରାବଣ ରୂପି ଗେହଲଟଙ୍କୁ ଶେଷ କରିବାକୁ ପଡ଼ିବ। ଖୁବ୍ ଶୀଘ୍ର ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..