ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ତେବେ ବିହାରର ସାସାରାମରେ ପୂର୍ବରୁ ହୋଇଥିବା ହିଂସା ଘଟଣାରେ ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ପୋଲିସ ଗିରଫ କରିଛି । ସାମ୍ପ୍ରଦାୟିକ ମାମଲା ଅଭିଯୋଗ ଆଧାରରେ ପୂର୍ବତନ ବିଧାୟକ ଜବାହର ପ୍ରସାଦଙ୍କୁ ତାଙ୍କୁ ଘରୁ ଗିରଫ କରାଯାଇଛି । ରାମନବମୀ ଅବସରରେ ବିହାରର ନାଳନ୍ଦା ଜିଲ୍ଲାର ବେହାରଶରିଫ ଓ ରୋହତାସ ଜିଲ୍ଲାର ସାସାରାମରେ ହିଂସା ଉଗ୍ରରୂପ ଧାରଣ କରିଥିଲା । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୭୩ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ହିଂସାକୁ ପ୍ରୋତ୍ସାହିତ କରିବା ଓ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗତ ମାସ ୩୧ ତାରିଖରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ମାମଲାରେ ଜବାହରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..