Report Card Odisha

| Daily Odia News

ସୃଷ୍ଟି ହେଲା ଲଘୁଚାପ,ବାତ୍ୟା ସମ୍ଭାବନା!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ବାଥ୍ୟାର ଗତିପଥ କେଉଁ ଦିଗକୁ ରହିବ, ଏହା ସ୍ଥଳଭାଗ ଛୁଇଁବ କି ନାହିଁ ଜଣା ପଡ଼ିପଡ଼ି ନାହିଁ। ଏହି ସମୟରେ ସମୁଦ୍ର ଅଶାନ୍ତ ହେବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି। କିଛି ଦିନର ବ୍ରେକ୍ ପରେ ଆଜି ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୧ ଡିଗ୍ରୀ ଛଇଁଛି। ଆଦ୍ରତା ୮୫ ପ୍ରତିଶତ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି।

Breaking News