ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାତ୍ୟା ମୋକାର ମିଆଁମାର ଓ ବାଂଲାଦେଶ ସୀମାରେ ଭୟଙ୍କର ରୂପ ଧାରଣ କରିଛି। ଅତି ଭୀଷର ବାତ୍ୟାର ରୂପ ନେଇ ମୋକା ମିଆଁମାର ଓ ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିଛି। ଏହାର ପ୍ରଭାବରେ ବାଂଲାଦେଶର କକ୍ସବଜାର ଓ ମିଆଁମାରର କୟାଉକପୟୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ଢାକା ଟ୍ରିବ୍ୟୁନରେ ରିପୋର୍ଟ ପ୍ରକାଶ ପାଇଛି। ମୋକାର ପ୍ରଭାବ ଶନିବାର ମଧ୍ୟରାତ୍ରରୁ ହିଁ କକ୍ସବଜାର ଓ ଏହାର ଆଖପାଖ ଅଞ୍ଚଳରେ ପଡ଼ିବା ଆରମ୍ଭ ହୋଇଥିଲା। ଏହାବାଦ ଚିତ୍ତୋଗ୍ରାମ ଓ ପାୟରା ପୋର୍ଟରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟାକୁ ଦୃଷ୍ଟିରେ ରଖି ବିମାନ ବାତିଲ କରାଯାଇଥିବା ବେଳେ ଉପକୂଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କେବଳ ବାଂଲାଦେଶ ନୁହେଁ ମିଆଁମାରରେ ମଧ୍ୟ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବାଂଲାଦେଶ ସୀମାନ୍ତରେ ଲକ୍ଷାଧିକ ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି। ସେମାନେ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ପବନ ଓ ବର୍ଷା ଯୋଗୁ ଭୂସ୍ଖଳନର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା। ଏଥିଯୋଗୁ ଗ୍ୟାସ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି।ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ବଡ଼ଧରଣର ବାତ୍ୟା ବାଂଲାଦେଶ ଉପକୂଳରରେ ପ୍ରଭାବ ପକାଇଛି। ବାତ୍ୟା ସିଦ୍ର ପରେ ବାତ୍ୟା ମୋଚା ଅଧିକ ଶକ୍ତିଶାଳୀ ବୋଲି ବାଂଲାଦେଶ ପାଣିପାଗ ବିଭାଗର ମୁଖ୍ୟ ଅଜିତ ରହମାନ କହିଛନ୍ତି।






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..