ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ମ.ରାମପୁର ଥାନା ଅନ୍ତର୍ଗତ ଡମ୍ବକରଲାଖୁଣ୍ଟା, ମାଣିକେରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର ସହ ମାଓ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜିନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ପୁଲିସ ଇନଫର୍ମର କାମ କରନ୍ତୁ ନାହିଁ। ପୁଲିସ ଓ ଗୁଇନ୍ଦା ଅଫିସର ଭୟର ଚାପ ଓ ପ୍ରଲୋଭନରେ ପଡନ୍ତୁ ନାହିଁ। ଗାଁ ଗାଁ ରେ ଥିବା ପୋଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୋଲିସ କୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।






More Stories
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..
ଖାତାକୁ ଗଲା ସୁଭଦ୍ରା ଟଙ୍କା…..