ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ କୋଇଲା ଖଣିର ସୀମାକୁ ନେଇ ଦୁଇ ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ କୋଇଲା ଖଣିରୁ କୋଇଲା ଉତ୍ତୋଳନର ଅଧିକାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଓ ରକ୍ତାକ୍ତ ସଂଘର୍ଷ ଘଟିଛି। କୋହହାଟ ଜିଲ୍ଲାର ପେଶୱାରଠାରୁ ପ୍ରାୟ ୩୫ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଡାରା ଆଦାମ ଖେକ ଅଞ୍ଚଳର ସନ୍ନିହେଲ ଏବଂ ଜରଗୁନ ଖେଲ ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଘଟି ଏହି ଘଟଣା ଘଟିଛି ବୋଲି ପୋଲିସ କହିଛି। ଘଟଣାରେ ଗୁରୁତର ଆହତମାନଙ୍କୁ ପେଶୱାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ଡାକ୍ତରଖାନାକୁ ଅଣାଯାଇଛି। ପୁଲିସ ଆହୁରି ମଧ୍ୟ କହିଛି ଯେ ଆହତଙ୍କ ପ୍ରକୃତ ସଂଖ୍ୟା ଜଣା ପଡିନାହିଁ, କିନ୍ତୁ ଗୁଳି ବିନିମୟରେ ଉଭୟ ଜନଜାତିର ବହୁଲୋକ ଆହତ ହୋଇଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..