ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଆଜି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି | ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ସମସ୍ତେ ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ଗୁରୁବାର ସକାଳ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ୱେବସାଇଟରୁ ବି ଫଳ ଜାଣିପାରିବେ ଛାତ୍ରଛାତ୍ରୀ। www.bseodisha.ac.in ବୋର୍ଡ ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଏହାସହିତ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ଏଥର ୫ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥର ପରୀକ୍ଷାଫଳକୁ ତ୍ରୁଟିଶୂନ୍ୟ କରିବା ଲାଗି ପ୍ରୟାସ କରାଯାଇଛି।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……