Report Card Odisha

| Daily Odia News

ୟୁପିରେ ପୁଣି ଅଭିଯୁକ୍ତଙ୍କ ଉପରକୁ ଗୁଳିମାଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ ବର୍ଷ ଏପ୍ରିଲ ମାସରେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଗୁଳି କରି ହତ୍ୟା କରାଯାଇଥିଲା । ୟୁପିରେ ପୁଣି ଏକ ସେଭଳି ଘଟଣା ଘଟିଛି। ଜୈନପୁରର ସିଭିଲ କୋର୍ଟ ପରିସରରେ ଦୁଇ ହତ୍ୟା ଅଭିଯୁକ୍ତଙ୍କ ଉପରେ ଗୁଳି ଚଳାଯାଇଛି। ତେବେ ଆକ୍ରମଣ କରିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ଥିବା ଓକିଲମାନେ କାବୁ କରିବାରେ ସଫଳ‌ ହୋଇଥିଲେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ସୂର୍ଯ୍ୟ ପ୍ରକାଶ ରାୟ ଏବଂ ମିଥିଲେଶ ଗିରି ମେ’୬, ୨୦୨୨ରେ ଗୌରାବାଦଶାପୁର ପୋଲିସ ଷ୍ଟେସନ ଅଞ୍ଚଳର ଧର୍ମାପୁରରେ କୁସ୍ତିଯୋଦ୍ଧା ବାଦଲ ଯାଦବଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଉଭୟଙ୍କୁ ଆଜି ସିଭିଲ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତ ସୂର୍ଯ୍ୟ ପ୍ରକାଶ ରାୟ ଏବଂ ମିଥିଲେଶ ଗିରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସିଭିଲ କୋର୍ଟରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ଓକିଲମାନେ ଆକ୍ରମଣକାରୀଙ୍କୁ ଧରି ପୋଲିସ କୁ ହସ୍ତାନ୍ତର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ସିଭିଲ କୋର୍ଟରେ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି। ତେବେ ଆହତ ହୋଇଥିବା ୩ଅଭିଯୁକ୍ତଙ୍କୁ ପ୍ରଥମେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଏବେ ଦୁହିଁଙ୍କୁ ବାରଣାସୀ ପଠାଯାଇଥିବା ଜଣାପଡ଼ିଛି।

Breaking News