ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆତଙ୍କବାଦ,ନିଷିଦ୍ଧ ନିଶାଦ୍ରବ୍ୟ ବ୍ୟବସାୟ ଓ ଗ୍ୟାଙ୍ଗ୍ଷ୍ଟର୍ଙ୍କ ସହିତ ସମ୍ପୃକ୍ତି ମାମଲାରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ଆଜି ଦେଶର ୬ଟି ରାଜ୍ୟରେ ୧୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଛି | ଉପରୋକ୍ତ ଘଟଣାରେ ରୁଜୁ ହୋଇଥିବା ୫ଟି ମାମଲାରେ ‘ଏନ୍ଆଇଏ’ ଟିମ୍ ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରି ତଲାସ କରୁଛି । ସନ୍ଦିଗ୍ଧମାନଙ୍କର ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ଉପରେ ରାଜ୍ୟ ପୁଲିସ ସହଯୋଗରେ ଆଜି ପ୍ରତ୍ୟୁଷରେ ‘ଏଏନ୍ଆଇ’ ଚଢ଼ଉ ଆରମ୍ଭ କରିଥିଲା। ନିଷିଦ୍ଧ ବିଚ୍ଛିନ୍ନତାବାଦୀ ସଙ୍ଗଠନ ‘ଶିଖ୍ ଫର୍ ଜଷ୍ଟିସ୍’ର (ଏସ୍ଏଫ୍ଜେ) ଅନ୍ୟତମ ସଦସ୍ୟ ଜସ୍ୱିନ୍ଦର ସିଂହ ମୁଲ୍ତାନିଙ୍କ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଓ ବାସଭବନରେ ଏହି ଚଢ଼ଉ ହୋଇଥିବା ନେଇ ଜଣାପଡିଛି। ଗତବର୍ଷ ଚଣ୍ଡୀଗଡ଼ର ମଡେଲ୍ ବୁରେଲ୍ ଜେଲ୍ ନିକଟରେ ବୋମା ରଖିବାରେ ଜସ୍ୱିନ୍ଦର ସିଂହ ମୁଲ୍ତାନି ସମ୍ପୃକ୍ତ ଥିଲେ। ଲୁଧିଆନା ଅଦାଲତ ବିସ୍ଫୋରଣର ‘ମାଷ୍ଟର୍ମାଇଣ୍ଡ୍’ ଭାବେ ତାଙ୍କୁ ୨୦୨୧ରେ ଜର୍ମାନିରୁ ଗିରଫ କରାଯାଇଥିଲା। ଗ୍ୟାଙ୍ଗ୍ଷ୍ଟର୍ମାନେ ବିଦେଶରେ ଥାଇ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କୁ ପାଣ୍ଠି ଯୋଗାଇ ଆତଙ୍କ ବିସ୍ତାର କରିବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି। ଆଜି ଶତାଧିକ ସ୍ଥାନରେ ଚାଲିଥିବା ଚଢ଼ଉରେ ‘ଏନ୍ଆଇଏ’ର ୨୦୦ରୁ ଅଧିକ ‘ରେଡ୍ ଟିମ୍’ ସଦସ୍ୟ ସାମିଲ ହୋଇଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..