Report Card Odisha

| Daily Odia News

ଗଞ୍ଜାମକୁ ଜାତୀୟ ଜଳ ପୁରସ୍କାର-୨୦୨୨…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ଉତ୍ସ ପୁରସ୍କାର ୨୦୨୨ ମିଳିଛି । ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା ପାଇଁ ଗଞ୍ଜାମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ଜଳଶକ୍ତି, ଜଳ ଉତ୍ସ, ନଦୀ ବିକାଶ ଓ ଗଙ୍ଗା ନବୀକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ଗଞ୍ଜାମକୁ ଜଳଉତ୍ସ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଥିବା ନେଇ ଜିଲ୍ଲାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ନଦୀ ନବୀକରଣ, ମୃତ୍ତିକା ସଂରକ୍ଷଣ, ଜଳସେଚନ ପରିଚାଳନା, ବୃକ୍ଷରୋପଣ, ଜଳ ଯୋଗାଣ, ବର୍ଜ୍ୟ ଜଳ ସଂରକ୍ଷଣ, ଚିକିତ୍ସା, ପରିବେଶ ସୁରକ୍ଷା ସହିତ ଜିଲ୍ଲାସ୍ତରୀୟ ବିଭିନ୍ନ ପଦକ୍ଷେପ ପାଇଁ ଗଞ୍ଜାମ ଜିଲ୍ଲାକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଏ ବାବଦରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ନିଜ ନିର୍ବାଚନୀ ମଣ୍ଡଳୀ ଗଞ୍ଜାମ କ୍ରମାଗତ ଭାବେ ସଫଳତା ହାସଲ କରିବା ସହିତ ଏକାଧିକ ଜାତୀୟ ପୁରସ୍କାର ହାସଲ କରିବାରେ ଲାଗିଛି । ଗଞ୍ଜାମକୁ ଜଳ ଉତ୍ସ ପୁରସ୍କାର ମିଳିବା ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

Breaking News