Report Card Odisha

| Daily Odia News

୧୬ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ସାପ….

ରିପୋର୍ଟ କାର୍ଡ / ବାଲେଶ୍ଵର

ରାଜ୍ୟରୁ ସାପ କାମୁଡ଼ାକୁ ନେଇ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ସାପ କାମୁଡ଼ାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ସୋର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରୁ ଅନେକ ଲୋକଙ୍କୁ ସାପ କାମୁଡ଼ିଛି । ଫଳରେ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ତେବେ ସାପ କାମୁଡ଼ାରେ ଜଣେ ଛଅ ମାସର ଶିଶୁପୁତ୍ର ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତମାନେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଶିଶୁପୁତ୍ରକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦିନବେଳେ ୧୦ ଜଣ ସାପ କାମୁଡ଼ାରେ ଆହତ ହୋଇଥିବା ବେଳେ ସନ୍ଧ୍ୟା ବେଳେ ଆଉ ୬ ଜଣ ଆହତ ହୋଇଥିଲେ । ତେବେ ସାପ କାମୁଡ଼ାରେ ବହୁ ଲୋକ ଆହତ ହେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ସାପଟି ଏତେ ସଂଖ୍ୟକ ଲୋକଙ୍କୁ କିପରି କାମୁଡ଼ିଲା ସେନେଇ ଚର୍ଚ୍ଚା ହେଉଛି ।

Breaking News