ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକାଶରେ ବିମାନ ଦୋହଲି ଆହତ ହୋଇଛନ୍ତି ଦିଲ୍ଲୀରୁ ସିଡନୀ ଯାଉଥିବା ଏକାଧିକ ଯାତ୍ରୀ। ଏୟାର ଇଣ୍ଡିଆର ବିମାନରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ବିମାନ ମଝି ଆକାଶରେ ଦୋହଲିବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ, ମେ’ ୧୬ରେ ଏହି ଘଟଣା ଘଟିଥିଲା। ଏୟାର ଇଣ୍ଡିଆର ବିମାନ ବି୭୮୭-୮୦୦ ଦିଲ୍ଲୀରୁ ସିଡନୀକୁ ଉଡ଼ାଣ କରିଥିଲା। ଉଡ଼ାଣ ସମୟରେ କୌଣସି ସମସ୍ୟା ହୋଇନଥିବା ବେଳେ ମଝି ଆକାଶରେ ବିମାନ ଦୋହଲିବାକୁ ଲାଗିଥିଲା। ହଠାତ୍ ଏଭଳି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ମଝି ଆକାଶରେ ସମସ୍ୟା ହୋଇଥିଲେ ବି ବିମାନଟି ସିଡନୀରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହା ପରେ ସିଡନୀ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ତେବେ କେବଳ ତିନିଜଣ ଯାତ୍ରୀ ଚିକିତ୍ସା ସହାୟତା ଆବଶ୍ୟକ କରୁଥିଲେ। କିନ୍ତୁ ସୌଭାଗ୍ୟବଶତଃ, କୌଣସି ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା ନାହିଁ ।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..