ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ରୋଜଗାର ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ନାନା ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ବିରୋଧ ଯୋଗୁ ଖର୍ଚ୍ଚାନ୍ତ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ।
ମିଥୁନ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ।
କର୍କଟ: କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମନସ୍କାମନା ପୂର୍ଣ୍ଣ ହେବ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସପତ୍ନୀକ ସୁଖ ଭୋଗ କରିବେ।
କନ୍ୟା: ସାମୟିକ ଭାବେ ଅନଟନର ସମ୍ମୁଖୀନ ହୋଇପାରନ୍ତି। କେତେକ ବନ୍ଧୁ କରଛଡ଼ା ଦେଇପାରନ୍ତି। ଯାନବାହନ ସୁଖରୁ ବଞ୍ଚିତ ହୋଇପାରନ୍ତି। ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପାଇ ଅବସ୍ଥାର ସୁଧାର ଆଣିପାରନ୍ତି।
ତୁଳା: ବହୁ ସୁଖକର ଘଟଣାମାନ ଘଟିବ। କର୍ମ କୁଶଳତା ପ୍ରକାଶ ପାଇବ। ଚିନ୍ତା ଦୂର ହେବ। ବନ୍ଧୁ ଦର୍ଶନ ମିଳିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।
ବିଛା: ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ପ୍ରିୟ ଲୋକଙ୍କଠାରୁ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସେବାରେ ସୁନାମ ଅର୍ଜନ କରିବେ।
ଧନୁ: ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶିକ୍ଷିତା ପତ୍ନୀ ପତିବ୍ରତା, ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଯଶସ୍ବୀ ଓ ଜ୍ଞାନୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି।
ମକର: ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶିକ୍ଷିତା ପତ୍ନୀ ପତିବ୍ରତା, ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଯଶସ୍ବୀ ଓ ଜ୍ଞାନୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି।
କୁମ୍ଭ: ଅଶାନ୍ତି ଦୂର ହେବ। ଦେବ ଦର୍ଶନ ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଗଠନମୂଳକ କାର୍ଯ୍ୟ କରିବେ। ଦେଶର ଉନ୍ନତି ବିଧାନ କରିପାରନ୍ତି। କର୍ମ ଓ ଧର୍ମ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ।
ମୀନ: ବ୍ୟାକୁଳତା ଭାବ ପ୍ରକାଶ ପାଇପାରେ। ମହା ପ୍ରଭାବଶାଳୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନାଗମର ସୂଚନା ମିଳୁଛି। ଲୋକେ ଆପଣଙ୍କୁ ଉଚ୍ଚାସନ ଦେଇ ସମ୍ମାନିତ କରିବେ।






More Stories
ସତର୍କ ରୁହନ୍ତୁ……
ସଫଳ ହେବେ…..
ବନ୍ଧୁଙ୍କ ସହ ସମୟ କଟିବ…..