Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଶିବକୁମାର ଡେପୁଟି ସିଏମ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବାର ୪ ଦିନ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି ହୋଇଛି। ଶେଷରେ ଭାଗବାଣ୍ଟ ଛିଣ୍ଡିଛି । ଶେଷରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍‌ । ଶପଥ ଗ୍ରହଣ ସମାହୋର ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟା୩୦ରେ ବାଙ୍ଗାଲୁରୁରେ ହେବ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଏହା ଉପରେ ମୋହର ମାରିବା ନିମନ୍ତେ କର୍ଣ୍ଣାଟକା କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁରେ ଡକାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି।

Breaking News