Report Card Odisha

| Daily Odia News

୩ ଜିଲ୍ଲାରେ ଗଡିବ ‘ମୋ ବସ୍’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ୩ଟି ଜିଲ୍ଲାରେ ‘ମୋ ବସ୍’ ସେବା ଆରମ୍ଭ ହେବ । ୩ଟି ଜିଲ୍ଲା ହେଉଛି ସମ୍ବଲପୁର, ଝାରସୁଗୁଡା ଓ ଗଞ୍ଜାମ । ସମ୍ପ୍ରସାରଣ ଲାଗି ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟରରେ ଏହା ଚଳାଚଳ କରିବ । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ (CRUT) ଦ୍ୱାରା ‘ମୋ ବସ୍’ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ।

 

Breaking News