ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ୭୫ ବର୍ଷୀୟ ସିଦ୍ଦରମୈୟା । ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ପ୍ରଭାରୀ ରଣଦୀପ ସୂର୍ଯେୱାଲା । ୨୦ ତାରିଖ ଦିନ ୧୨ଟା ୩୦ରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସ୍ଥିର କରାଯାଇଛି । ତେବେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦ ଲାଗି ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା । କଂଗ୍ରେସକୁ ଅଭୂତପୂର୍ବ ସଫଳତା ମିଳିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ଚର୍ଚ୍ଚା ଲାଗିରହିଥିଲା । ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଛି । ତେବେ ପ୍ରଶାସନ ଚଳାଇବାରେ ପୂର୍ଣ୍ଣ ଦକ୍ଷତା ଓ ଅଭିଜ୍ଞତା ରହିଛି ତାଙ୍କର । ଥରେ କି ଦୁଇଥର ନୁହେଁ ବରଂ ୧୩ ଥର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ସିଦ୍ଧରମୈୟା ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..