Report Card Odisha

| Daily Odia News

୨୮ରେ ଲୋକାର୍ପଣ ହେବ ନୂଆ ସଂସଦ ଭବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନବନିର୍ମିତ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଲୋକସଭା ବାଚସ୍ପତି ଓମ୍‌‌ ବିର୍ଲା, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଭେଟି ଏଥିଲାଗି ନିମନ୍ତ୍ରଣ କରିଛନ୍ତି। ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିବା ଏହି ନବନିର୍ମିତ ସଂସଦ ଭବନ ଆତ୍ମନିର୍ଭର ଭାରତ ଭାବନାର ପ୍ରତୀକ ବୋଲି କୁହାଯାଉଛି। ବର୍ତ୍ତମାନର ସଂସଦ ଭବନ ୧୯୨୭ ମସିହାରେ ନିର୍ମାଣ କରାଯାଇଥିଲା। ଯାହାକି ପ୍ରାୟ ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଂସଦ ଭବନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିଲା। ଫଳରେ ସାଂସଦ ମାନଙ୍କର କାର୍ଯ୍ୟ ସମ୍ପନ୍ନ କରିବାରେ ବାଧା ସୃଷ୍ଟି ହେଉଥିଲା। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏକ ନୂତନ ସଂସଦ ଭବନ ନିର୍ମାଣ କରିବାସମ୍ପର୍କୀତ ସଂକଳ୍ପ ଗୃହୀତ କରାଯିବା ସହ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ କୁହାଯାଇଥିଲା । ଏହାର ଅଂଶସ୍ୱରୂପ ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନୂତନ ସଂସଦ ଭବନ ଲାଗି ଶିଳାନ୍ୟାସ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏହି ଉନ୍ନତମାନର ତଥା ଆଧୁନିକ ସଂସଦ ଭବନର ନିର୍ମାଣ ସମ୍ପନ୍ନ ହୋଇଛି ।

Breaking News