ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାଲ୍ ସାର୍ଟିଫିକେଟ୍ ଦେଇ ଫାର୍ମାସିଷ୍ଟ ରେଜିଷ୍ଟ୍ରେସନ୍ କରିଥିବା ଫାର୍ମାସିଷ୍ଟମାନଙ୍କ ଯାଞ୍ଚ ହେବ। କିଛିବର୍ଷ ଧରି ଓଡ଼ିଶା ଫାର୍ମାସି କାଉନ୍ସିଲ୍ରେ ବ୍ୟାପକ ଅନିୟମିତା ହୋଇଥିବାରୁ ଅନେକ ଜାଲ୍ ସାର୍ଟିଫିକେଟ୍ ଜରିଆରେ ନିଜର ପଞ୍ଜୀକରଣ କରିଥିବା ଆଶଙ୍କା କରାଯାଉଛି। ଏହାସହ ପୂର୍ବରୁ ପଞ୍ଜୀକରଣ କରିଥିବା ଫାର୍ମାସିଷ୍ଟଙ୍କ ସାର୍ଟିଫିକେଟ୍ ଜରିଆରେ ଅନ୍ୟ କେହି ଏହାକୁ ବ୍ୟବହାର କରୁଛନ୍ତି କି ନାହିଁ ତାହାର ମଧ୍ୟ ଧରପଗଡ଼ ହେବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍) ଏ ସଂପର୍କିତ ସଫଟୱେୟାର ପ୍ରସ୍ତୁତ କରୁଛି। କେବଳ ସେତିକି ନୁହେଁ, ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆଧାର କାର୍ଡ ସଂଯୋଗ କରିବାକୁ କୁହାଯିବ। ଯାହାଫଳରେ ଯଦି କୌଣସି ଫାର୍ମାସିଷ୍ଟ ସାର୍ଟିଫିକେଟ୍ଧାରୀଙ୍କ ମୃତ୍ୟୁ ହୋଇସାରିଛି ଓ ତାଙ୍କ ସାର୍ଟିଫିକେଟ୍କୁ ଅନ୍ୟ କେହି ବ୍ୟବହାର କରୁଛନ୍ତି ତାହା ସ୍ପଷ୍ଟ ହୋଇପାରିବ। ଓଡ଼ିଶା ଫାର୍ମାସି କାଉନ୍ସିଲ୍ରେ ୧୯୯୪ ମସିହାରେ ଶେଷଥର ଲାଗି କର୍ମକର୍ତାଙ୍କ ନିର୍ବାଚନ ହୋଇଥିଲା। କର୍ମକର୍ତାଙ୍କ କାର୍ଯ୍ୟକାଳ ଅବଧି ୫ବର୍ଷ ଥିଲେ ହେଁ ଏହାପରେ ଆଉ କର୍ମକର୍ତା ନିର୍ବାଚନ କରାଗଲା ନାହିଁ। ହେଲେ ଯେଉଁମାନେ ପୂର୍ବରୁ ରହିଥିଲେ ସେମାନେ ପରିଷଦରେ ପୂର୍ବଭଳି କାର୍ଯ୍ୟ ଜାରି ରଖିଲେ। କର୍ମକର୍ତା ନିର୍ବାଚନ ନ ହେବାରୁ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ଓ ସରକାର ଶେଷରେ କାଉନ୍ସିଲ୍କୁ ଭାଙ୍ଗି ଦେଇଥିଲେ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..