ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲା ର ଟି ସି ଆଇ ଛକ ନିକଟରେ ଜଳିଗଲା ‘ମୋ ବସ୍’। ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାସ୍ଥଳକୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……