ରିପୋର୍ଟ କାର୍ଡ / କଟକ
ସଜନା ଗଛରୁ ଓଏପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଟାଙ୍ଗର ତଳି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରେମାନନ୍ଦ ନାଏକ। ପ୍ରେମାନନ୍ଦ ଭଦ୍ରକରେ କାର୍ଯ୍ୟ କରୁଥିଲେ। କିଛି ଦିନ ହେବ ଛୁଟିରେ ଘରକୁ ଆସିଥିଲେ। ଗତକାଲି ରାତିରେ ପ୍ରେମାନନ୍ଦ ବେକରେ ଓଢ଼ଣୀ ବାନ୍ଧି ସଜନା ଗଛରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
କେନ୍ଦ୍ରାପଡାରେ ଫୁଟିଲା ଗୁଳି……
ନୂଆପଡା ମତଗଣନା: ଆଗରେ ବିଜେପି…..