ରିପୋର୍ଟ କାର୍ଡ / କଟକ
ସଜନା ଗଛରୁ ଓଏପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଟାଙ୍ଗର ତଳି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରେମାନନ୍ଦ ନାଏକ। ପ୍ରେମାନନ୍ଦ ଭଦ୍ରକରେ କାର୍ଯ୍ୟ କରୁଥିଲେ। କିଛି ଦିନ ହେବ ଛୁଟିରେ ଘରକୁ ଆସିଥିଲେ। ଗତକାଲି ରାତିରେ ପ୍ରେମାନନ୍ଦ ବେକରେ ଓଢ଼ଣୀ ବାନ୍ଧି ସଜନା ଗଛରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।






More Stories
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..