ରିପୋର୍ଟ କାର୍ଡ / ବେଙ୍ଗାଲୁରୁ
କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର। ଆଜି ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଶପଥ ପାଠ କରାଇଛନ୍ତି। ଏହା ବ୍ୟତୀତ ଅନେକ ବିଧାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି |

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲ୍ନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍, ‘ପିଡିପି’ ମୁଖ୍ୟ ମେହ୍ବୁବା ମୁଫ୍ତି, ଅଭିନେତା ତଥା ‘ଏମ୍ଏନ୍ଏମ୍’ର ମୁଖ୍ୟ କମଲ୍ ହସନ୍, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁକୱିନ୍ଦର୍ ସିଂହ ସୁଖୁ ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।






More Stories
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
ନୂଆପଡା ମତଗଣନା: ଆଗରେ ବିଜେପି…..