ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ଆଉ ୨ଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ ୟାଇ କନେକ୍ସନ ହେବ । ଏହା ସହ ବରଗଡ଼-ନୂଆପଡ଼ା ରୋଡ ୧୪୨ କିମିକୁ ବି ସ୍ୱତନ୍ତ୍ର ପ୍ରକଳ୍ପ ଭାବରେ ମାନ୍ୟତା ମିଳିଛି । ୨ ନୂଆ ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼-ନୂଆପଡ଼ା ରୋଡ୍ ରେଳ ଲାଇନ୍ ପଦ୍ମପୁର ବାଟଦେଇ ଯିବ। ଏନେଇ ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ।






More Stories
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……
ଇବୋଲା ଗାଇଡଲାଇନ!…..
ରାଜ୍ୟରେ ଆଜିଠୁ ଏସ୍ଆଇଆର୍…..