ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆସନ୍ତା ୨୨ ତାରିଖ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ସମ୍ଭାବନା ରହିଛି। ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ପରେ ପୂର୍ବାହ୍ନରେ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି। ଗସ୍ତ ସାରି ଆସନ୍ତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଫେରୁଥିବା ସୂଚନା ମିଳିଛି। ରାଜ୍ୟପାଳ ଓଡ଼ିଶାରେ ପହଞ୍ଚିବା ପରେ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରାଯିବା ସହିତ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଜଣାପଡ଼ିଛି। ନିକଟକରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବାର କିଛି ସମୟ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିଲେ। ଫଳରେ ୨ ମନ୍ତ୍ରୀ ପଦ ଖାଲି ପଡ଼ିଛି। ଏହାପୂର୍ବରୁ ନବ ଦାସଙ୍କୁ ହତ୍ୟା ପରେ ମନ୍ତ୍ରୀ ପଦ ଖାଲି ରହିଛି। ଝାରସୁଗଡ଼ା, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରତିନିଧିତ୍ବ କରୁଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ବାଚସ୍ପତି କିଏ ହେବ ସେଥିନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ କିଛି ବରିଷ୍ଠ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ କିମ୍ବା କେହି ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..