Report Card Odisha

| Daily Odia News

ଇଞ୍ଜିନ ରୁ ଅଲଗା ହେଲା ବଗି…..

ରିପୋର୍ଟ କାର୍ଡ / ମେଦିନାପୁର

ହାୱଡା-ପୁରୀ ସୁପରଫାଷ୍ଟ ଟ୍ରେନରେ ଲାଗିଥିବା ଇଞ୍ଜିନ ସହ ବଗି ଅଲଗା ହୋଇଯାଇଥିଲା। ଟ୍ରେନ ଇଞ୍ଜିନଠାରୁ ଅଲଗା ହୋଇ ବଗି ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ପଳାଇଥିଲା। ସୀମାନ୍ତ ପଶ୍ଚିମବଙ୍ଗ ନେକୁରସେନି ଷ୍ଟେସନରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ବଗିଠାରୁ ଇଞ୍ଜିନ ଅଲଗା ହୋଇ ୫୦୦ ମିଟର ପଳାଇଥିବା ଖବର ପାଇବା ପରେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଟ୍ରେନ ମରାମତି କରିଥିଲେ । ଟ୍ରେନ ସହ ବଗି ସଂଯୋଗ ପରେ ୫ ଘଣ୍ଟା ପରେ ଛାଡ଼ିଲା ଟ୍ରେନ। ଏହି ଅଘଟଣ ସତ୍ତ୍ବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

Breaking News