ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୪,୫୦୦ ବର୍ଗ ମିଟର୍ ପରିମିତ ଜମିରେ ନିର୍ମିତ ତ୍ରିକୋଣାକାର ୪ ମହଲାବିଶିଷ୍ଟ ଏହି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଏହା ଉପରେ ବିରୋଧୀମାନେ ଆପତ୍ତି ଉଠାଇଛନ୍ତି | ଆଜି ହିନ୍ଦୀ ଭାଷାରେ ଟୁଇଟ୍ କରି ରାହୁଲ୍ ଲେଖିଛନ୍ତି ନୂଆ ସଂସଦ ଭବନର ଉଦ୍ଘାଟନ ରାଷ୍ଟ୍ରପତି ହିଁ କରିବା କଥା, ପ୍ରଧାନମନ୍ତ୍ରୀ ନୁହନ୍ତି। ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ବିଧାନ-ମଣ୍ଡଳର ମୁଖ୍ୟ ନୁହନ୍ତି କହି ଅନେକ ବିରୋଧୀ ନେତା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା କଥାରେ ଆପତ୍ତି କରିଛନ୍ତି। ‘ଏଆଇଏମ୍ଆଇଏମ୍’ ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସୀ ପଚାରିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କାହିଁକି ନୂଆ ସଂସଦ ଭବନ ଉଦ୍ଘାଟନ କରିବେ ନାହିଁ। ପ୍ରଧାନମନ୍ତ୍ରୀ କାହିଁକି ଉଦ୍ଘାଟନ କରିବେ। ସେ କାର୍ଯ୍ୟପାଳିକା ମୁଖ୍ୟ ଅଟନ୍ତି, ବିଧାନ-ମଣ୍ଡଳ ମୁଖ୍ୟ ନୁହନ୍ତି। ଆମର କ୍ଷମତା ପୃଥକିକରଣ ବ୍ୟବସ୍ଥା ରହିଛି। ତେଣୁ, ମାନ୍ୟବର ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଉଦ୍ଘାଟନ କରିପାରିବେ। ଏହା ସର୍ବସାଧାଣଙ୍କ ଅର୍ଥରେ ନିର୍ମିତ, ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁମାନେ ନିଜସ୍ବ ପାଣ୍ଠିରୁ ଏଥିପାଇଁ ଅର୍ଥ ଦେଇଥିବା ଭଳି ଆଚରଣ କରୁଛନ୍ତି କାହିଁକି?






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……