Report Card Odisha

| Daily Odia News

ଶପଥ ନେଲେ ୩ ନୂଆ ମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

୩ ବିଧାୟକଙ୍କୁ ମିଳିଛି ରାଜ୍ୟ କ୍ୟାବିନେଟର ପାହ୍ୟା | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଜଣ ପୁରୁଣା ସହଯୋଗୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଭଞ୍ଜନଗରର ୬ଥର ବିଧାୟକ ବିକ୍ରମ କେଶରୀ ଆରୁଖ, ରାଉରକେଲାର ୩ଥର ବିଧାୟକୟ ସାରଦା ପ୍ରସାଦ ନାୟକ ଓ ବାଙ୍ଗିରପୋଷିର ୫ଥର ବିଧାୟକ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ମନ୍ତ୍ରୀମାନଙ୍କୁ ବିଭାଗ ଆବଂଟନ ହୋଇନି ଓ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ନିଜ ନିଜର ବିଭାଗ ମିଳିବ ବୋଲି ଜଣାପଡ଼ିଛି । ଏହି ୩ ନୂଆ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟରେ ମୋଟ ୨୧ଜଣ ସଦସ୍ୟ ରହିଥିବାବେଳେ ସେଥିରେ ୧୫ଜଣ କ୍ୟାବିନେଟ୍ ପାହ୍ୟା ଓ ୬ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା(ସ୍ୱାଧୀନ) ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇଲେ ମୋଟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୨ରେ ପହଂଚିଛି । ସ୍ୱଳ୍ପ ଅବଧିର ଏହି ଶପଥ ଗ୍ରହଣ ସମାରୋହରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Breaking News