ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈଶ୍ବିକ ନେତୃତ୍ବ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି’ ପ୍ରଦାନ କରାଯାଇଛି। କୌଣସି ଅଣ-ଫିଜି ନାଗରିକଙ୍କ କ୍ଷେତ୍ରରେ ଏହା ହେଉଛି ଗୋଟାଏ ଦୁର୍ଲଭ ସମ୍ମାନ। ଫିଜିର ପ୍ରଧାନମନ୍ତ୍ରୀ ସିତିଭେନି ରେବୁକାଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଭାରତ ପାଇଁ ବିଶେଷ ସମ୍ମାନ। ବୈଶ୍ବିକ ନେତୃତ୍ବ ଲାଗି ଫିଜିର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି’ ପ୍ରଦାନ କରିଛନ୍ତି। ଏଯାବତ୍ ମାତ୍ର ସ୍ବଳ୍ପ କେତେଜଣ ଅଣ-ଫିଜୀୟ ଏହି ସମ୍ମାନ ପାଇଛନ୍ତି। ଏହି ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀ ଓ ଦୁଇ ଦେଶ ମଧ୍ୟରେ ବିଶେଷ ତଥା ସ୍ଥାୟୀ ବନ୍ଧନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ‘ଫିଜି-ଭାରତୀୟ’ ପିଢ଼ିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ଟୁଇଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ନ୍ୟୁ ପପୁଆ ଗିନିରେ ଆୟୋଜିତ ‘ଫୋରମ୍ ଫର୍ ଇଣ୍ଡିଆ-ପେସିଫିକ୍ ଆଇଲାଣ୍ଡସ୍ କୋଅପରେସନ୍’ (ଏଫ୍ଆଇପିଆଇସି) ଶିଖର ସମ୍ମିଳନୀର ଅନ୍ତରାଳରେ ଫିଜିର ପ୍ରଧାନମନ୍ତ୍ରୀ ରେବୁକାଙ୍କୁ ଭେଟିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..