Report Card Odisha

| Daily Odia News

୩ ନୂଆ ମନ୍ତ୍ରୀଙ୍କୁ ବଣ୍ଟାଗଲା ବିଭାଗ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି ଆଜି ନୂଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଦାୟିତ୍ୱ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଛି। ଏହି ବିଭାଗ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଥିଲେ | ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି। ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗର ମନ୍ତ୍ରୀ କରାଯାଇଛି। ଏହି ବିଭାଗଟି ପୂର୍ବରୁ ଶ୍ରୀକାନ୍ତ ସାହୁଙ୍କ ହାତରେ ଥିଲା। ଶ୍ରୀକାନ୍ତ ସାହୁ ରାଷ୍ଟ୍ରମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ତୁଲାଉଥିବା ବେଳେ କିଛି ଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେହିଭଳି ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ କରାଯାଇଛି। ପୂର୍ବରୁ ସମୀର ରଞ୍ଜନ ଦାଶ ଏହି ବିଭାଗ ଦାୟିତ୍ୱରେ ଥିଲେ। ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ପାଇଥିଲେ। କିନ୍ତୁ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ତୁଲାଇବେ। ମନ୍ତ୍ରୀ ପଦ ପୁରାଣ ହୋଇଥିବା ବେଳେ ବାଚସ୍ପତି ପଦ ଖାଲି ପଡ଼ିଛି। ବାଚସ୍ପତି ପଦରେ ସରକାର କାହାକୁ ବସାଇବେ ସେ ନେଇ ଚର୍ଚା ଲାଗିରହିଛି |

 

Breaking News