ରିପୋର୍ଟ କାର୍ଡ / ଭୁବନେଶ୍ବର
ଶପଥ ନେବା ପରେ ଆଜିଠାରୁ ଆରମ୍ଭ ହେଇଛି ମନ୍ତ୍ରୀମାନଙ୍କ ବିଭାଗ ସମୀକ୍ଷା, ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ହୋଇଛି | ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। କହିଛନ୍ତିକି ସରକାରୀ ମେଡିକାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳୁଛି। BSKYରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି। ଏଥିପାଇଁ ମାସକୁ ୨୨୫କୋଟି ଟଙ୍କା ଖର୍ଚ୍ଚ ହେଉଛି। କର୍କଟ ରୋଗୀଙ୍କୁ ମାଗଣା କେମୋଥେରାପି ମିଳୁଛି। ସମୁଦାୟ ବଜେଟର ୭ପ୍ରତିଶତ ହେଉଛି ସ୍ୱାସ୍ଥ୍ୟ ବଜେଟ। ୬ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଖୋଲାଯାଇଛି। ଡିସେମ୍ବର ସୁଦ୍ଧା ୮୦ପ୍ରତିଶତ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ହେବେ। ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ଲକ୍ଷ୍ୟ ପୂରଣ ହେଉଛି। ଦେଶରେ ଶିଶୁ ମୃତ୍ୟୁ ରୋକିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ସେହିପରି ମାତୃ ମୃତ୍ୟୁହାର ରୋକିବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଅନଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା ବେଳେ ଓପିଡି ପାଇଁ ଅନଲାଇନ ବୁକିଂ କରିହେଉଛି। ପ୍ରତି ବ୍ଲକରେ ଏଏଲଏସ ଆମ୍ୱୁଲାନ୍ସ ଉପଲବ୍ଧ କରାଯାଇଛି। ପଛୁଆ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..