ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶୀଗର୍ଲରୁ ନେଇ ଗ୍ଲୋବାଲ ଆଇକନ ପର୍ଯ୍ୟନ୍ତ ଯାତ୍ରାକରିଛନ୍ତି ପ୍ରିୟଙ୍କା ଚୋପ୍ରା | ବଲିଉଡ ସହ ହଲିଉଡରେ ବି ସେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ତାଙ୍କର ଶେଷ ଆମାଜନ ପ୍ରାଇମ ରିଲିଜ ୱେବ ସିରିଜ ‘ସିଟାଡେଲ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏଥିରେ ରିଚାର୍ଡ ମ୍ୟାଡେନଙ୍କୁ ଆକ୍ସନରେ ପୁରା ଟକ୍କର ଦେଇଥିଲେ ପିସି। ବର୍ତ୍ତମାନ ଏହି ସିରିଜର ଦ୍ୱିତୀୟ ସିଜନ ସହିତ ନିର୍ମାତାମାନେ ପୁଣି ଥରେ ଦର୍ଶକଙ୍କ ନିକଟକୁ ଆସିବାକୁ ପ୍ରସ୍ତୁତ ହୋଇଛନ୍ତି ।

ଗୁରୁବାର ଦିନ ‘ସିଟାଡେଲ’ର ଦ୍ୱିତୀୟ ସିଜନ ଘୋଷଣା କରାଯାଇଥିଲା ନିକଟରେ ଏକ ପୋଷ୍ଟର ସହିତ ନିର୍ମାତାମାନେ ‘ସିଟାଡେଲ’ର ଦ୍ୱିତୀୟ ସିଜନ ଘୋଷଣା କରିଥିଲେ। ସିଟାଡେଲ ଅନ୍ ପ୍ରାଇମ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ ଷ୍ଟାର ରିଚାର୍ଡ ମ୍ୟାଡେନଙ୍କ ଏକ ନୂଆ ପୋଷ୍ଟର ଅଫିସିଆଲ ଆକାଉଣ୍ଟରେ ସେୟାର କରି ପ୍ରଶଂସକମାନଙ୍କୁ ଦ୍ୱିତୀୟ ସିଜିନ ବିଷୟରେ ଜଣାଇଥିଲେ।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..