Report Card Odisha

| Daily Odia News

ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଗତ ୨ଦିନ ମଧ୍ୟରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଆଇଏଏସ୍ ଲିଙ୍ଗରାଜ ପଣ୍ଡାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ପଦୋନ୍ନତିପ୍ରାପ୍ତ ଆଇଏଏସ୍ ସ୍ମତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦେଇଥିବା ରାଜ୍ୟ ସରକାର ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ଓଏଏସ୍ ବ୍ରଜବନ୍ଧୁ ଭୋଇଙ୍କୁ ଅବସ୍ଥାପିତ କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍ ଦିଗନ୍ତ ରାଉତରାୟଙ୍କ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳିକୁ ରଦ୍ଦ କରାଯାଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଛି । ଦେବଗଡ଼ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଥିବା ଓଏଏସ୍ ଲୁକାସ ପ୍ରଧାନଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟର ଅତିରିକ୍ତ ଆଇଜି ଭାବେ ବଦଳି ହୋଇଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଜେନେରାଲ ମ୍ୟାନେଜର ଲଗ୍ନଜିତ୍ ରାଉତଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ଜୟପୁର ଉପଜିଲ୍ଲାପାଳ ଦେବବରା ପ୍ରଧାନଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ, ଉଦଳା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଦେବଦତ୍ତ ପଣ୍ଡାଙ୍କୁ ରାଜ୍ୟ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଓ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Breaking News