Report Card Odisha

| Daily Odia News

ଆମେରିକାର ସମର୍ଥନକୁ ଦୋହରାଇଲେ ବାଇଡେନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଆମେରିକାର ସମର୍ଥନକୁ ଦୋହରାଇଛନ୍ତି। ନ୍ୟୁକ୍ଳିୟର ସପ୍ଲାୟର ଗ୍ରୁପ୍ (ଏନ୍‌ଏସ୍‌ଜି)ରେ ଭାରତର ସଦସ୍ୟତାକୁ ମଧ୍ୟ ଆମେରିକା ସମର୍ଥନ କରେ ବୋଲି ସେ କହିଛନ୍ତି। ବାଇଡେନ କହିଛନ୍ତି, ଜାତିସଂଘ ବ୍ୟବସ୍ଥାକୁ ଭାରତର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏଣୁ ୨୦୨୮-୨୯ ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରାର୍ଥିତ୍ବକୁ ଆମେରିକା ସ୍ବାଗତ କରିବ। ବହୁପାକ୍ଷିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି ସୁରକ୍ଷା ପରିଷଦରେ ସଂସ୍କାର ଅଣାଯିବା ଓ ଭାରତକୁ ଏହାର ସ୍ଥାୟୀ ସଦସ୍ୟ କରାଯିବା ଆବଶ୍ୟକ ବୋଲି ବାଇଡେନ କହିଥିଲେ।

Breaking News