Report Card Odisha

| Daily Odia News

ଆଜିଠୁ ସ୍ବତନ୍ତ୍ର ୨ୟ ଓଜେଇଇ ପରୀକ୍ଷା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଏମ୍.ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ବି.ଏସ୍‌ସି ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାଦ୍ବାରା ପରିଚାଳିତ ସ୍ବତନ୍ତ୍ର ଦ୍ବିତୀୟ ଓଜେଇଇ ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ୨୬, ୨୭ ଏବଂ ୨୯ ତାରିଖରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ରଖାଯାଇଛି । ପୂର୍ବାହ୍ଣ ୯ଟାରୁ ୧୦ଟା, ପୂର୍ବାହ୍ଣ ସାଢ଼େ ୧୧ଟାରୁ ସାଢ଼େ ୧୨ଟା, ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ଏବଂ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୬ଟା ପରୀକ୍ଷା ସମୟ ରହିଛି। ୨୭ ହଜାର ୩୫୯ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ୩୦ ଜିଲ୍ଲା ର ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଞ୍ଚି, ପାଟଣା ଏବଂ କଲକାତାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଛି। ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ପଦ୍ଧତିରେ କରାଯିବ। ୨୬ରେ ପ୍ରଥମ ତିନୋଟି ସିଫ୍ଟରେ ବି.ଟେକ୍‌ ପାଠ୍ୟକ୍ରମ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପାଠ୍ୟକ୍ରମ ନିମନ୍ତେ ପରୀକ୍ଷା କରାଯିବ। ୨୭ରେ ପ୍ରଥମ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି.ଏସ୍‌ସି ଦ୍ବିତୀୟ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ, ତୃତୀୟ ସିଫ୍ଟରେ ବି.ଫାର୍ମା ଏବଂ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପରୀକ୍ଷା କରାଯିବ। ୨୯ରେ କେବଳ ପ୍ରଥମ ସିଫ୍ଟରେ ଏମ୍‌ସିଏ, ଏମ.ଏସସି କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ପାଇଁ ପରୀକ୍ଷା କରାଯିବ।

Breaking News