ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ସେବାରେ ବଡ ପରିବର୍ତ୍ତନ କରାଯାଇଛି । ଏଣିକି ରବିବାର ମଧ୍ୟ ଆହାର କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ସମସ୍ତ ମହାନଗର ନିଗମଙ୍କୁ ଅବଗତ କରାଯାଇଛି । ପ୍ରତ୍ୟେକ ରବିବାର ବିଭିନ୍ନ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁଡିକୁ କୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜନହିତକାରୀ ଆହାର ଯୋଜନାରେ ଏକ ପରିବର୍ତ୍ତନ ଆଣିଛନ୍ତି ସରକାର । ଏଣିକି ଡାକ୍ତରଖାନା ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡିକ ପ୍ରତି ରବିବାର ମଧ୍ୟ ଖୋଲା ରହିବ । ପ୍ରତ୍ୟେକ ରବିବାର ସାଧାରଣ ଲୋକେ ଏଠରେ ୫ ଟଙ୍କିଆ ସୁଲଭ ଭୋଜନ ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଅବଗତ କରାଇ ଦିଆଯାଇଛି । ପୂର୍ବରୁ ପ୍ରତି ରବିବାର ରାଜ୍ୟ ସରକାରଙ୍କ ଏହି ଯୋଜନା ଅନୁସାରେ, ଆହାର କେନ୍ଦ୍ର ବନ୍ଦ ରହୁଥିଲା । କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ ଆସିବା ସହ ରବିବାର ଆହାର କେନ୍ଦ୍ରଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..