ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ତାଲିମ୍ । ଏହି ତାଲିମ୍ ପାଇଁ ପାଠ୍ୟକ୍ରମ ବିକଶିତ ହେବ । ଏନେଇ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ମନ୍ତ୍ରୀ ପରିଷଦ ପକ୍ଷରୁ ଏନେଇ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସମ୍ବନ୍ଧୀୟ ଟ୍ରେନିଂ ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ଅନୁଯାୟୀ, ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଇଁ ଏହି ସମ୍ବନ୍ଧିତ ପାଠ୍ୟକ୍ରମ ବିକଶିତ କରାଯାଉଛି । ଗ୍ରୁପ-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ କୋର୍ସ ନିର୍ଦ୍ଧାରିତ ହେବ | ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ-ଏ ସ୍ତରର କର୍ମଚାରୀମାନେ ଉକ୍ତ କୋର୍ସକୁ ସମାପ୍ତ କରିବେ । ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ , ଓଡ଼ିଶା ରାଜ୍ୟ ମୁଖ୍ୟ ବିଶ୍ୱବିଦ୍ୟାଳୟ (ଓସୋ) ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ରାଜ୍ୟ ମୁଖ୍ୟ ବିଶ୍ୱବିଦ୍ୟାଳୟ ଏଥିପାଇଁ ବୈଷୟିକ ସହାୟତା ଯୋଗାଇବା ସହିତ ତାଲିମ, ଦକ୍ଷତା ବୃଦ୍ଧି ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି କର୍ମଚାରୀଙ୍କର ଦକ୍ଷତା ବୃଦ୍ଧି କରାଇବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ । ଏହି ପାଠ୍ୟକ୍ରମକୁ ମୁକ୍ତ ଓ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନଲାଇନ ମାଧ୍ୟମରେ ଡିଜାଇନ୍ ଓ ବିକାଶ କରାଯାଇଛି । ପାଠ୍ୟକ୍ରମ ସରିବା ପରେ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିତ୍ତିକ ମୂଲ୍ୟାୟନ ପାଇଁ ଅଧିକାରୀଙ୍କର ମୂଲ୍ୟାଙ୍କନ, ପ୍ରମାଣପତ୍ର ଓ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦକ୍ଷତା, ଅଭିଜ୍ଞତା ଥିବା ଶିକ୍ଷକ ଓ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତିଙ୍କୁ ଚୟନ କରାଯାଇଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..