Report Card Odisha

| Daily Odia News

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି…..

ରିପୋର୍ଟ କାର୍ଡ / କଟକ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବିହାରର ମନୀଷ କୁମାର। ସେ ଗତ ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣାରେ ବ୍ୟାପକ ଭାବରେ ଦେହରେ କ୍ଷତ ହୋଇଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ମୃତ୍ୟବରଣ କରିଛନ୍ତି। ଘର ବିହାର ରାଜ୍ୟର ଜମୁଇଠାରେ। ସେ ସେଣ୍ଟ୍ରାଲ ଆଇସିୟୁରେ ବେଡ଼ ନଂ ୧୫ରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ ଆଜିର ମୃତ କାଙ୍କୁ ମିଶାଇ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ଘଟିଛି।

 

Breaking News