ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରେ ଦୀବିଦ୍ରୋହ ନିଆଁ ଜଳୁଥିବା ବେଳେ ଗସ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦୁଃଖ ବୁଝିବାକୁ ରାହୁଲ ଗାନ୍ଧି ମଣିପୁର ଯାଇଥିବା ବେଳେ ପୋଲିସ କିନ୍ତୁ ଅଧା ବାଟରେ ଅଟକାଇଥିବା ଜଣାଯାଇଛି। ମଣିପୁର ଦଙ୍ଗାରେ ଶତାଧିକ ଲୋକ ଜୀବନ ହାରିଥିବା ବେଳେ ଏବେ ବି ୫୦ ହଜାର ଲୋକ ୩ଶହ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ମଣିପୁରର ଚୁରାଚାନ୍ଦପୁର ଅଞ୍ଚଳ ହିଂସାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ସପ୍ତାହ ଧରି ସେଠାରେ ହିଂସା ଥମିବା ନାଁ ଧରିଲାନି। ରାହୁଲ ଗାନ୍ଧି ଆଜି ନିଜ ମଣିପୁର ଗସ୍ତର ପ୍ରଥମ ଦିନରେ ଚୁରାଚାନ୍ଦପୁର ଯିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସେଠାରେ ସେ ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଦୁଃଖସୁଖ ବୁଝିଥାନ୍ତେ। କିନ୍ତୁ ହିଂସା ଆଶଙ୍କାରେ ଇମ୍ଫାଲଠୁ ମାତ୍ର ୨୦ କିମି ଯିବା ପରେ ବିଷ୍ଣୁପୁରଠାରେ ରାହୁଲ ଗାନ୍ଧିଙ୍କ କାର୍କୁ ଅଟକା ଯାଇଥିବା ଜଣାଯାଇଛି।






More Stories
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..