Report Card Odisha

| Daily Odia News

କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ଜିନ୍ସ ଏବଂ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ପିନ୍ଧିବାକୁ ବାରଣ କରିଛି ବିହାର ଶିକ୍ଷା ବିଭାଗ | କହିଛି ଯେ, ଏହି ଚଳଣୀ କର୍ମକ୍ଷେତ୍ରର ସଂସ୍କୃତି ବିରୁଦ୍ଧ। ବୁଧବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ(ପ୍ରଶାସନ) କର୍ମଚାରୀମାନେ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି କାର୍ଯ୍ୟାଳୟକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିର୍ଦ୍ଦେଶରେ କୁହାଯାଇଛି ଯେ, ‘‘ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଏଭଳି ପୋଷାକ ପିନ୍ଧି କାର୍ଯ୍ୟାଳୟ ଆସୁଛନ୍ତି, ଯାହା କାର୍ଯ୍ୟାଳୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଅଫିସରେ ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀମାନଙ୍କର ‘କାଜୁଆଲ’ ପୋଷାକ ପିନ୍ଧିବା କାର୍ଯ୍ୟାଳୟର କାର୍ଯ୍ୟ ସଂସ୍କୃତି ବିରୁଦ୍ଧରେ ଯାଉଛି। ତେଣୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ‘ଫର୍ମାଲ’ ପୋଷାକ ପିନ୍ଧି ଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଆସନ୍ତୁ। ତୁରନ୍ତ ପ୍ରଭାବ ସହିତ ଶିକ୍ଷା ବିଭାଗର କାର୍ଯ୍ୟାଳୟରେ କୌଣସି ‘କାଜୁଆଲ୍’ ପୋଷାକ ବିଶେଷ କରି ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ ଅନୁମତି ଦିଆଯିବ ନାହିଁ।’’

Breaking News