ରିପୋର୍ଟ କାର୍ଡ / ଭୁବନେଶ୍ବର
ଗତ କାଲି ବାହୁଡା଼ ଯାତ୍ରା ସମୟରେ କେନ୍ଦୁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି | ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..