ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୃହବନ୍ଦୀ କରି ରଖିଛନ୍ତି। ୫-ଟି ସଚିବ ଆଗକୁ ଏକ ମିଡ୍ ନାଇଟ ଅପରେସନ କରିବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବାକୁ ଲାଳାଇତ ଅଛନ୍ତି। ବାରିପଦାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ଔରଙ୍ଗଜେବ ଉପାଖ୍ୟାନ ଅବତାରଣା କରି କହିଛନ୍ତି ଔରଙ୍ଗଜେବ ଯେଭଳି ରାଜ ହେବା ପାଇଁ ନିଜ ପିତା ଶାହାଜାହାନକୁ ବନ୍ଦୀ କରି ରଖିଥିଲେ, ସେହିପରି ଫାଇଭ-ଟି ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୟସ, ସ୍ୱାସ୍ଥ୍ୟ ଓ ସରଳତାର ସୁଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରିଛନ୍ତି। ୫-ଟି ସଚିବ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ନିଜକୁ ସମ୍ରାଟ ବୋଲି ରୋଲ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ମିଛରେ କହୁଛନ୍ତି। ମୋ ବଡ଼ ଭାଇ(ମୁଖ୍ୟମନ୍ତ୍ରୀ) ଦୁବାଇ ଓ ମୁମ୍ବାଇ ଯାଇପାରୁଛନ୍ତି, ସେ କ’ଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇପାରିବେ ନାହିଁ | ଏହି ଘଟଣା ସମସ୍ତଙ୍କୁ ସନ୍ଦେହରେ ପକାଉଛି। ‘ମନ୍ତ୍ରୀ, ବିଧାୟକ ଓ ସଚିବ ମଧ୍ୟରେ କିଏ ବଡ଼ |ଉତ୍ତର ଦେଉ ବିଜେଡି’ ‘ମନ୍ତ୍ରୀ, ବିଧାୟକ ଓ ସଚିବ ମଧ୍ୟରେ କିଏ ବଡ଼ | ଉତ୍ତର ଦେଉ ବିଜେଡି’ ତାମିଲମାନେ ଓଡ଼ିଶାକୁ ଶାସନ କରୁଛନ୍ତି ଏବଂ ଲୁଟ୍ କରୁଛନ୍ତି ବୋଲି ଲକ୍ଷ୍ମଣ ଟୁଡୁ କହିଛନ୍ତି। ପୂର୍ବତନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କର ଫଟୋ ୫-ଟି ସଚିବଙ୍କ ସହ ଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟୁଡୁ। କହିଛନ୍ତି, ଫାଇଭ-ଟି ସଚିବ ମୟୂରଭଞ୍ଜ ଜିଲ୍ଲାରେ ଉପ ଜିଲ୍ଲାପାଳ ଥିବାବେଳେ ସେ ଖଣି ଖାଦାନ ଲୁଟରେ ସାମିଲ ଥିଲେ। ଏହାସହ ତତ୍କାଳୀନ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ତାଙ୍କ ସହ ମିଶି ଲୁଟ କରିବାରେ ସହାୟକ ହେଉଥିଲେ। ଫାଇଭ-ଟି ସଚିବ ଯେଉଁ ମାଇକରେ ଭଏସ ଶୁଣାଉଛନ୍ତି। ତାହା ମିଛ, ମିମିକ୍ରି କରି ସେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବୋଲି ଶୁଣାଉଛନ୍ତି ବୋଲି ଶ୍ରୀ ଟୁଡୁ କହିଛନ୍ତି |






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….