ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ସୋମବାର ମାସନ୍ତ ହୋଇଥିବା ରୁ ମଙ୍ଗଳବାରଠାରୁ ଶ୍ରାବଣ ମାସ ପଶୁଛି। ଚଳିତ ବର୍ଷ ପଡ଼ିଛି ଯୋଡ଼ା ଶ୍ରାବଣ। ଗୋଟିଏ ମଳ ଓ ଗୋଟିଏ ଶୁଦ୍ଧ ଶ୍ରାବଣ। କାଉଡ଼ିଆମାନେ ଶିବଲିଙ୍ଗରେ ଜଳଲାଗି କରିବା ପାଇଁ ଏହା ପରଠୁ ଆସିବେ। ଏହି ବର୍ଷ ଶ୍ରାବଣ ମାସଟି ଶୁଭ ହେବ। ଚଳିତ ବର୍ଷ ଏହି ମାସ ଜୁଲାଇ ୪ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ ହେବ। ଏହି ଯୋଡ଼ା ମାସର ପ୍ରଥମ କୃଷ୍ଣପକ୍ଷ ଓ ଶେଷ ଶୁକ୍ଳପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ ଓ ମଝିରେ ପ୍ରଥମ ଶୁକ୍ଳପକ୍ଷ ଓ ଦ୍ବିତୀୟ କୃଷ୍ଣପକ୍ଷ ହେଉଛି ମଳ ଶ୍ରବଣ ମାସ। ଓଡ଼ିଶାରେ ପ୍ରଚଳିତ ପୂର୍ଣ୍ଣିମାନ୍ତ ମାସ ଗଣନାରେ ମଳ ମାସଟି ଶୁଦ୍ଧ ମାସର ଦୁଇ ପକ୍ଷ ମଝିରେ ରହେ। ଏହି ବର୍ଷର ଶ୍ରାବଣ ମାସ ୫୯ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏଥିରେ ୮ଟି ସୋମବାର ରହିଛି। ଏହି ସଂଯୋଗ ପ୍ରାୟ ୧୯ ବର୍ଷ ପରେ ଆସିଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..