ରିପୋର୍ଟ କାର୍ଡ / ରାୟଗଡା
ରାୟଗଡାରେ ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତ। ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହିଳା କ୍ୟାଡରଙ୍କ ସମେତ ୧୦ରୁ ଉର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ପହଞ୍ଚିଥିଲେ। ପ୍ରଥମେ ୫ ଜଣ ମାଓବାଦୀ ସିକ୍ୟୁରିଟି ଗାର୍ଡଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଗେଟ ପାଖରେ ରଖି ସେମାନଙ୍କଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀମାନେ କ୍ରସରରେ ଥିବା ମେସିନଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ମାଓବାଦୀମାନେ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ ମେସିନ୍, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ଟି ଗାଡି ଜାଳିଦେଇଛନ୍ତି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..