ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ଷା ଋତୁ ଆରମ୍ଭରୁ ଡେଙ୍ଗୁ ଆତଙ୍କ । ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରତି ବର୍ଷ ଜୁଲାଇ ଓ ଅଗଷ୍ଟରେ ମ୍ୟାଲେରିଆ ଓ ଡେଙ୍ଗୁର ପାଦ୍ରୁଭାବ ବଢ଼ିଥାଏ । ଗତବର୍ଷ ଏହି ସମୟରେ ୫, ୪୦୦ ଟେଷ୍ଟ ହୋଇଥିବା ବେଳେ ଚଳିତ ବର୍ଷ ୧୦,୭୮୧ ଟେଷ୍ଟ କରିଛୁ। ଗତବର୍ଷ ଏହି ସମୟରେ ୩ଶହ ପାଖାପାଖି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଟେଷ୍ଟିଂ ବଢ଼ିଥିବା ସତ୍ତ୍ୱେ ପଜିଟିଭ କମିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ସଂଖ୍ୟା ୧୨ ତଳେ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି, ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ବିଭିନ୍ନ ଜିଲ୍ଲାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..