ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଓ ଲୋକସଭା ନିର୍ବାଚନ କୁ ନେଇ ବିଜେଡି ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ନିକଟରେ ଦଳ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ନୂଆ ନେତାଙ୍କୁ ନିଯୁକ୍ତି ଦେଇଥିଲା । ଏହା ମଧ୍ୟରେ ଦଳ ଦୁଇଜଣ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି । ସୂଚନା ମୁତାବକ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ସଦସ୍ୟଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ରାଜ୍ୟ କୋ-ଅପରେଟିଭ୍ ୟୁନିୟନ ଓ ଓବିସି ଫାଇନାନ୍ସ ଡେଭଲପମେଣ୍ଟ କୋ-ଅପରେଟିଭ୍ କର୍ପୋରେସନର ୟୁନିୟନ ଇଲେକ୍ସନ ପାଇଁ ଦୁଇଜଣଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେମାନେ ହେଉଛନ୍ତି ପ୍ରଶାନ୍ତ କୁମାର ମୁଦୁଲି ଓ ବିଜୟ କୁମାର ନାୟକ । ଏନେଇ ଦଳ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।







More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..